ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଆଖି ବୁଜିଲେ

Published By : Prameya-News7 Bureau | January 07, 2025 IST

NEWS UPDATE

ଆଠଗଡ଼: କଟକ ଜିଲ୍ଲା ରାଧାରମଣପୁର ଜେଲର ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଅଜୟ ନାଏକ । ଗତ ୩ ମାସ ପୂର୍ବେ ପାଇଖାନା ସଫା ପାଇଁ ବ୍ୟବହୃତ ହେଉଥିବା ହାରପିକ୍ ପିଇଥିବା ସନ୍ଦେହରେ ଏସିବିରେ ଚିକିତ୍ସିତ ହେଉଥିବା ବେଳେ ମାନସିକ ରୋଗ ପାଇଁ ଔଷଧ ମଧ୍ୟ ଖାଉଥିଲେ । 

୩ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚିକିତ୍ସା ସତ୍ତ୍ବେ, ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିିଛି। ଅଜୟ ନାଏକ ଆର୍ମଶ ଆକ୍ଟ ଏବଂ ଡକାୟତି ମାମଲାରେ ୨୦୨୨ ମେ ୬ ତାରିଖରେ ଗିରଫ ହୋଇ ରାଧାରମଣପୁର ଜେଲରେ ବିଚାରଧିନ କଏଦୀ ଭାବ ସଜା କାଟୁଥିଲେ । ଏନେଇ ସୂଚନା ଦେଇଛନ୍ତି ରାଧାରମଣପୁର ଜେଲର ସୁପରିଟେଣ୍ଡେଣ୍ଟ ଶୁଶାନ୍ତ ରାଉତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.